BSE Odisha Class 9 Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ
BSE Odisha Class 9 Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର Question ୧। ନିମ୍ନଲିଖିତ ଉକ୍ତି ମଧ୍ୟରୁ ଠିକ୍ ଉକ୍ତିଗୁଡ଼ିକ ବାଛି ଲେଖ । (କ) ଉତ୍କଳ ଜନନୀଙ୍କ ହସ ସୁନ୍ଦର, ଭାଷା ସୁନ୍ଦର ବୋଲି କୁହାଯାଇଛି । (ଖ) ନୀଳ ବନଭୂମି ଉତ୍କଳ ଜନନୀଙ୍କ ଦେହରେ ଶୋଭାପାଉଛି । (ଗ) ସୁନ୍ଦର ପକ୍ଷୀମାନଙ୍କ କଳରବରେ ମୁଖରିତ ହୁଏ ପରିବେଶ । (ଘ) ଓଡ଼ିଶା ମାଆ ସୁନ୍ଦର ସୋରିଷ କ୍ଷେତରେ ସୁଶୋଭିତା । (ଙ) ଉତ୍କଳ ଜନନୀଙ୍କ ଚକ୍ଷୁ ଜ୍ଞାନବିଜ୍ଞାନର ଆଲୋକରେ ଆଲୋକିତ । (ଚ) ପଶୁମାନଙ୍କ ରକ୍ତରେ ଚର୍ଚ୍ଚିତ ହୋଇଛି ଉତ୍କଳ ଜନନୀଙ୍କ ପାଦ । (ଛ) ପବିତ୍ର ତୀର୍ଥସ୍ଥାନମାନଙ୍କରେ ପରିପୂର୍ଣ୍ଣ ହୋଇଛି ଉତ୍କଳ ପ୍ରଦେଶ । Answer: (କ) ଠିକ୍, (ଗ) ଠିକ୍, (ଙ) ଠିକ୍, (ଛ) ଠିକ୍ Question ୨। ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର । (କୃତବର, ଉଟଜ, ତାଳତମାଳ, ମୁଖରିତ, ତୀର୍ଥଚୟ) (କ) କଳକଳ______________ ଚାରୁ ବିହଙ୍ଗେ । (ଖ) _______________ ସୁଶୋଭିତ ତୀରା । (ଗ) ଯୋଗୀଋଷିଗଣ _____________ ପବିତ୍ରା । (ଘ) ପୁଣ୍ୟ ________________ ପୂର୍ଣ୍ଣ ପ୍ରଦେଶ । (ଙ) ବିଶ୍ବଭୂମଣ୍ଡଳ ____________ ସ୍ନେହା । Answer: (କ) ମୁଖରିତ, (ଖ) ତାଳତମାଳ, (ଗ) ଊଟଜ, (ଘ) ତୀର୍ଥଚୟ, (ଡ) କୃତବର । Question ୩ । ନିମ...